Rate My squats

The weight is 110 kg I have done 7 reps open for any feedback what I need to improve

u/bibhuti1704 — 14 hours ago

Odisha HipHop

Any Rap/DHH lover here any suggestions from odia rap scene I listen to jrm bawa ,Bigdeal, Pheonix these guys any underrated name I am missing

u/bibhuti1704 — 13 days ago
▲ 4 r/Odisha

Something From my Keyboard

ମୁଁ 'କାଳିଆ' କହୁଛି...

ନା, ନା... ମୁଁ ସେ ରତ୍ନବେଦୀର କଳାଠାକୁର, ବଡ଼ଦିଅଁ ନୁହେଁ। ମୁଁ ହେଉଛି ସେହି ସାଧାରଣ ରକ୍ତମାଂସର ମଣିଷ, ଯାହାର ଦେହର ରଙ୍ଗ କଳା। ସେଥିପାଇଁ ତ ଲୋକେ ମତେ ଦେଖିଲେ 'କାଳିଆ... କାଳିଆ' ବୋଲି ଚିଲ୍ଲାନ୍ତି, ପଛରେ ଥଟ୍ଟା-ମଜାକ କରନ୍ତି।

ମନରେ ଗୋଟିଏ ବଡ଼ ପ୍ରଶ୍ନ ଉଠେ... କଳା ରଙ୍ଗର ଦାମୀ କପଡ଼ା ପିନ୍ଧିବାକୁ ସମସ୍ତେ ବ୍ୟାକୁଳ, କଳା ରଙ୍ଗର ପଥର ମୂର୍ତ୍ତି ଆଗରେ ସମସ୍ତେ ମୁଣ୍ଡ ନୁଆଁନ୍ତି... ହେଲେ କଳା ରଙ୍ଗର ମଣିଷଟିଏ ସାମ୍ନାକୁ ଆସିଲେ ସମସ୍ତଙ୍କ ମୁହଁ କାହିଁକି ବେତେଡ଼ା ହୋଇଯାଏ?

ଯାହାକୁ ଆମେ ଜଗତର ନାଥ 'ଜଗନ୍ନାଥ' କହୁ, ସେ ବି ତ କଳା! ମାଆ କାଳୀ—ଯିଏ ସାରା ବ୍ରହ୍ମାଣ୍ଡର ଶକ୍ତିର ପ୍ରତୀକ, ସେ ବି ତ କଳା! ଏପରିକି ମଣିଷର ଦକ୍ଷତା, ଗୁଣ ଆଉ କାର୍ଯ୍ୟକୁଶଳତାକୁ ବି ଆମେ 'କଳା' ବୋଲି ହିଁ କହୁ।

ଯଦି ସବୁ ପବିତ୍ରତା, ସବୁ ଶକ୍ତି, ଆଉ ସବୁ ସୁନ୍ଦରତା ଏଇ 'କଳା' ଭିତରେ ହିଁ ଅଛି... ତେବେ ମୋ ଦେହର କଳା ରଙ୍ଗ କାହିଁକି ସବୁବେଳେ ସମାଜ ଆଗରେ ହାସ୍ୟାସ୍ପଦ ହୁଏ? କାହିଁକି??

...ମନେପଡ଼େ, ଦିନେ ମୁଁ ଅଭିମାନ କରି ମୋ ଜେଜେଙ୍କୁ ପଚାରିଥିଲି—'ଜେଜେ! ସମସ୍ତେ ମତେ କାଳିଆ କାଳିଆ ଡାକୁଛନ୍ତି। ମତେ ବଡ଼ କଷ୍ଟ ହେଉଛି ଜେଜେ। ମୁଁ ଯଦି ଆଉ ଟିକେ ସଫା, ଆଉ ଟିକେ ଗୋରା ହୋଇଥାନ୍ତି, ତେବେ କେତେ ଭଲ ହୋଇନଥାନ୍ତା?'

ଜେଜେ ମୋ ମୁଣ୍ଡରେ ହାତ ବୁଲାଇ କହିଲେ—'ଆରେ ନାତିଆ! ବ୍ୟସ୍ତ କାହିଁକି ହେଉଛୁ? ଏ ଜଗତର ନାଥ ଯିଏ, ସେ ଜଗନ୍ନାଥ ବି ତ କଳା! ତତେ ଯିଏ କାଳିଆ ବୋଲି ଡାକୁଛି, ତୁ ମନେ ମନେ ଭାବିବୁ ଯେ ସେ ମଣିଷଟା ତୋ ଭିତରେ, ତୋ ମୁହଁରେ ସେଇ ବଡ଼ଠାକୁରଙ୍କ ରୂପକୁ ଦେଖୁଛି। ସେଥିପାଇଁ ତ ସେ ତତେ ନିଜ ଅଜାଣତରେ 'ଜଗନ୍ନାଥ' ବୋଲି ହିଁ ଡାକୁଛି!'

ସେଦିନ ଠାରୁ ମୋ ଭିତରର ସେ ଗ୍ଲାନି, ସେ ଅପମାନର କଷ୍ଟ ସବୁଦିନ ପାଇଁ ଧୋଇଗଲା। ଏବେ ଯିଏ ମତେ କାଳିଆ ଡାକେ... ମୁଁ ଆଉ ଲାଜ କରେନାହିଁ, ବରଂ ଗର୍ବରେ ମୁଣ୍ଡ ଟେକି ହସିଦିଏ।"

reddit.com
u/bibhuti1704 — 1 month ago